ଘଟଗାଁ: ୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ ଠାରୁ ୫ କିଲୋମିଟର ଦୂର ହରିଚନ୍ଦନପୁର ଠାରେ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସ୍ୱସ୍ତିକ ନାମକ ଘରୋଇ ବସ (ନମ୍ବର ଓଆର-୦୫-ଏଟି-୦୬୩୦) ଭୁବନେଶ୍ୱରରୁ ବଡ଼ବିଲ ଅଭିମୁଖେ ଯାଉଥିବା ବେଳେ ହରିଚନ୍ଦନପୁର ଠାରେ ବ୍ରେକ ଡାଉନ ହୋଇ ଅଟକିଥିବା ଟ୍ରକ (ଓଆର-୦୪-ଜି-୦୯୫୭)କୁ ପଛପଟୁ ଖୁବ ଜୋରରେ ଧକ୍କା ଦେଇଥିଲା। ବସର ଇଞ୍ଜିନ୍ ପାଖଟି ଟ୍ରକ୍ ପଛରେ ପଶି ଯାଇଥିଲା।
ଟ୍ରକ୍ ପଛରେ ପିଟିହେଲା ବସ୍ ଜଣେ ମୃତ, ୪ ଗୁରୁତର
/sambad/media/post_attachments/wp-content/uploads/2018/06/Accident_Sambad-Graphic-2.jpg)