କାର୍‌ ଉପରେ ଚଢ଼ିଗଲା ହାଇୱା

କାର୍‌ ଉପରେ ଚଢ଼ିଗଲା ହାଇୱା

ଝାରସୁଗୁଡ଼ା : ଝାରସୁଗୁଡ଼ା ବଡ଼ମାଲ ଥାନା ଅନ୍ତର୍ଗତ ଖେରୁଆଲ ପୋଲ ଉପରେ ଗୁରୁବାର ଅପରାହ୍‌ଣରେ ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ଆଗରେ ଯାଉଥିବା ଏକ କାର୍‌କୁ ଧକ୍କା ଦେଇ କାର୍‌ ଉପରେ ଚଢ଼ି ଯାଇଥିଲା। ସୌଭାଗ୍ୟ କ୍ରମେ ଏହି ଭୟଙ୍କର ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି।

ସୁନ୍ଦରଗଡ଼ରେ କାର୍ଯ୍ୟ କରୁଥିବା ଡାକ୍ତର ସୌମ୍ୟ ପାତ୍ର ନିଜେ କାର ଚଳାଇ ତାଙ୍କ ଘର ସମ୍ବଲପୁର ସାକ୍ଷୀପଡ଼ାକୁ ଯାଉଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ପୁଲିସ ଉଭୟ ଗାଡ଼ିକୁ ଜବତ କରିଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ୱେରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଏହି ରାସ୍ତାରେ ଯାତାୟତ କରୁଥିବା ଟ୍ରକ୍‌ମାନଙ୍କୁ ବାଇକ ଯାଞ୍ଚ ଭଳି ସ୍ବତନ୍ତ୍ର ଯାଞ୍ଚ କରାଯିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe