ଛତ୍ରପୁର: ଗଞ୍ଜାମ ଜିଲ୍ଳା ଚମାଖଣ୍ଡି ଛକ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଟ୍ରଲର୍ ପଛପଟୁ ମୋପେଡ୍କୁ ଧକ୍କା ଦେବା ଫଳରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତକ ମାନେ ହେଲେ କାଳିଆବାଲି ଗ୍ରାମର ମାଣିକ ମହାରଣା (୪୨) ଓ ତାଙ୍କ ପୁଅ ଗଣେଶ (୨୩)। ଆଜି ସଂକ୍ରାନ୍ତି ଥିବାରୁ ମାଣିକ ଓ ଗଣେଶ ଚମାଖଣ୍ଡିରେ ଥିବା ମଲ୍ଲିକେଶ୍ୱର ମନ୍ଦିରକୁ ଏକ ମୋପେଡ୍ (ଟିଭିଏସ୍ ଏକ୍ସଏଲ୍)ରେ ଆସୁଥିଲେ। ଏହି ସମୟରେ ଭୁବନେଶ୍ୱର ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରଲର୍ ଚମାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥରେ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ମାଣିକ ଓ ଗଣେଶ ଛିଟିକି ହୋଇ ପଡ଼ିଯିବାରୁ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ହିଁ ମାଣିକ ପ୍ରାଣ ହରାଇଥିବା ବେଳେ ଗଣେଶ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲରେ ଆଖି ବୁଜି ଦେଇ ଥିଲେ। ବ୍ରହ୍ମପୁର ବଡ଼ମେଡିକାଲରୁ ମା’ ଓ ପୁଅଙ୍କ ଶବ ବ୍ୟବଚ୍ଛେଦ ହୋଇ ବାଲିପାଟଣାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତିନି ବର୍ଷ ତଳେ ଗଣେଶଙ୍କ ବାପା ନରସିଂହଙ୍କର ମଧ୍ୟ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପୂରା ପରିବାର ଭାଙ୍ଗି ପଡ଼ିଛି।
ଟ୍ରଲର୍ ଧକ୍କାରେ ମା’, ପୁଅ ମୃତ
୩ ବର୍ଷ ତଳେ ଦୁର୍ଘଟଣାରେ ବାପା ଆଖି ବୁଜିଥିଲେ
/sambad/media/post_attachments/wp-content/uploads/2018/07/Accident_Sambad-Graphic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)