ବାମରା: କୁଚିଣ୍ଡା ପଟୁ ଏକ ଟ୍ରକରେ ଲୁହାପଥର ବୋଝେଇ କରି ବାମରା ପଟକୁ ଆସୁଥିବା କ୍ରମରେ କବରିବାହାଲ ନିକଟ ବ୍ରିଜରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଟ୍ରକ୍‌ଟିର  ଆଗପଛ ଚକା ଭାଙ୍ଗିଯିବା ଫଳରେ ସଂକୀର୍ଣ୍ଣ ବ୍ରିଜରେ ପିଟି ହୋଇ ପଛ ଭାଗ ଉପରକୁ ଉଠି ଭାଙ୍ଗିରୁଜି ଯାଇଥିଲା।

Advertisment

ଫଳରେ ସଂକୀର୍ଣ୍ଣ ବ୍ରିଜ ଉଭୟ ପାର୍ଶ୍ଵରେ ଯିବା ଆସିବା ସମ୍ଭବ ନ ହୋଇ ପ୍ରାୟ ୯ ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା। ଅପରାହ୍‌ଣ ପ୍ରାୟ ୩ ଟାରେ ରାସ୍ତା ଅବରୋଧ ହଟି ବାମରା-କୁଚିଣ୍ଡା ମୁଖ୍ୟ ମାର୍ଗ ରାଜ୍ୟ ରାଜପଥ ୨୪ ସ୍ବାଭାବିକ ହୋଇଥିଲା। ଦୁର୍ଘଟଣାରେ ଟ୍ରକ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ମହୁଲପାଲି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।