ଲୁହାପଥର ଚୋରା ଚାଲାଣ: ଟ୍ରକ ଓ ଜେସିବି ଜବତ, ୫ ଗିରଫ

ଯୋଡା : ଯୋଡ଼ା ଥାନା ବିଲେଇପଦା ଫାଣ୍ତି ଅନ୍ତର୍ଗତ ସିଆଳିଯୋଡ଼ା ଖେଳ ପଡ଼ିଆଠାରେ ଗଛିତ ଲୁହାପଥର ଗୁଣ୍ତକୁ ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭଯୁକ୍ତମାନେ ହେଲେ ଝାଡଖଣ୍ତ ରାଜ୍ୟ ରାଂଚି ଜିଲ୍ଲା ତମାର ଥାନା ସାଲଗାଡି ଗ୍ରାମର ସନ୍ତୋଷ ମହାତ, ମିଥୁନ ମୁଣ୍ତା, ଗିରିଡି ଜିଲ୍ଳା ପଣ୍ତାରିଆ ଅଂଚଳର ୟୁସୁଫ ଆନସାରୀ, ଯୋଡ଼ା ସିଆଳିଯୋଡା ଗ୍ରାମର ଗୁରୁଚରଣ ହୋ, କିଶୋର ମୁଣ୍ତା। ଏଥିସହିତ ପୁଲିସ ଚୋରା ଚାଲାଣରେ ବ୍ୟବହୃତ ଟ୍ରକ (ଜେଏଚ୦୧ଜେଡ ୩୩୯୪) ଓ ଏକ ଜେସିବି (ଜେଏଚ୦୫ବିଏଲ ୫୮୦୦) କୁ ଜବତ କରିଛି। ଅଭିଯୁକ୍ତମାନେ ଉକ୍ତ ସ୍ଥାନରେ କିଛି ବର୍ଷ ପୂର୍ବରୁ କିଛି ରପ୍ତାନିକାରୀ ସଂସ୍ଥା ପକ୍ଷରୁ ଗଛିତ ଥିବା ଲୁହାପଥର ଗୁଣ୍ତକୁ ଝାଡଖଣ୍ତକୁ ଚୋରା ଚାଲାଣ କରୁଥିବା ପୁଲିସ ଖବର ପାଇବା ପରେ ଚଢଉ କରିଥିଲା। ପୁଲିସ ଯାଞ୍ଚ ପରେ ଏହା ଚୋରା କାରବାର ବୋଲି ଜାଣିବାକୁ ପାଇଥିଲା।

ସମ୍ବନ୍ଧିତ ଖବର