ବ୍ରଜରାଜନଗର: ଝାରସୁଗୁଡ଼ା  ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର କଦମଡିହି ଛକ ନିକଟରେ ମଙ୍ଗଳବାର ରାତି ୯ଟାରେ ଏକ ଅଜଣା  ଟ୍ରକ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି।  ମୃତ ଯୁବକ ୨ ଜଣ  ବାଘମୁଣ୍ଡା ପଞ୍ଚାୟତ ବେହେରାମାଲ ଜାମବେର୍ଣ୍ଣା ଗ୍ରାମର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ମିଳିଥିବା

Advertisment

ଆଧାରକାର୍ଡରୁ ଜଣଙ୍କ ନାମ ଜିତେନ୍ଦ୍ର ମୁଣ୍ଡା (୩୦) ଜଣାପଡ଼ିଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିନି। ସୂଚନା ଅନୁଯାୟୀ ଯୁବକ ଦ୍ବୟ ପଞ୍ଚଗାଁ ପଟୁ ବାଇକ୍‌ (ଓଡି-୨୩ସି-୫୪୭୭)ରେ ବେଲପାହାଡ଼ ପଟେ ଯାଉଥିବାବେଳେ ବେଲପାହାଡ ପଟୁ ପଞ୍ଚଗାଁ ଆଡ଼କୁ ଯାଉଥିବା ଏକ ଭାରୀଯାନ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଛି। ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅନ୍ୟପକ୍ଷରେ ଗାବିନ୍ଦପୁର ନିକଟରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରାଯାଇଥିବା ବେଳେ ଏହାର ଚାଳକଙ୍କୁ ଅଟକ ରଖାଯାଇଛି।