ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଘୁଳିଯୁବା ବଞ୍ଜାରୀ ମନ୍ଦିର ନିକଟ ଜାତୀୟ ରାଜପଥ ୨୬ ଉପରେ ଟ୍ରକ୍ ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଏଥିରେ ବାଇକ ଆରୋହୀ ଘୁଲିଯୁବା ଗାଁର ବିଭୁରଞ୍ଜନ ପାତ୍ର (୪୪ବର୍ଷ)ଙ୍କ ମୃତ୍ୟୁ ଘଟିଛି।

ପ୍ରକାଶ ଯେ, ବିଭୁରଞ୍ଜନ ତାଙ୍କ ବାଇକ (ଓଡି ୦୮ ଯେ ୮୯୪୪)ରେ ଦିନ ପ୍ରାୟ ୩ଟାରେ ଜୁନାଗଡ଼ ଅଭିମୁଖେ ଆସୁଥିଲେ। ସେହି ସମୟରେ ଜୁନାଗଡ଼ ପଟୁ ଯାଉଥିବା ଟ୍ରକ୍‌ (ଓଡି ୦୫ ଏଡବ୍ଲୁ ୨୯୩୬) ତାଙ୍କର ଧକ୍କା ହୋଇଥିଲା। ବିଭୁରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଜୁନାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର