ଟ୍ରକକୁ ଧକ୍କା ଦେବାପରେ ବସକୁ ବି ଧକ୍କା ଦେଲା ଟ୍ରକ୍‌, ୨ ମୃତ, ଜଣେ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲାର ଜାତୀୟ ରାଜପଥ ୧୬ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାଯାଇଛି। । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ବେଳେ ଜାତୀୟ ରାଜପଥରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ରାସ୍ତାକଡରେ ଛିଡା ହୋଇଥିଲା। ସେହି ଟ୍ରକଟି ଖରାପ ହୋଇଥିବା ହେତୁ ତଳକୁ ଓହ୍ଲାଇ ଡ୍ରାଇଭର୍ ଚେକ୍ କରୁଥିଲା। ସେ ତଳେ ଟ୍ରକର ତନଖି କରୁଥିବା ବେଳେ ସେଠାକୁ ଆଉ ଏକ ଟ୍ରକ ସେହି ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଟ୍ରକର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଆଗକୁ ମାଡ଼ି ଚାଲିଥିଲା।

ସେହି ସମୟରେ ଉଦଳାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବସକୁ ମଧ୍ୟ ଧକ୍କା ଦେଇଥିଲା ଟ୍ରକଟି । ଏଥିରେ ବସଟି ରାସ୍ତାକଡରେ ଥିବା ଏକ ଚା ଦୋକାନଉପରକୁ ମାଡି ଯାଇଥିଲା । ସେହି ସମୟରେ ପାଖରେ ଚା ପିଉଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଖାଲି ସେତିକି ନୁହେଁ ଜଣେ ଯୁବକ ମଧ୍ୟ ଏଥିରେ ଆହତ ହୋଇଥିବା ଜଣାଯାଇଛି।ଗୁରୁତର ହୋଇଛନ୍ତି । ପରେ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଁଚି ଉଭୟ ବସ ଏବଂ ଟ୍ରକକୁ ଜବତ କରିଥିଲା। । ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ସମ୍ବନ୍ଧିତ ଖବର