ବାଲେଶ୍ବର: ବାଲେଶ୍ବର ପୁଲାଡ଼ି-ନିଧିପଣ୍ଡା ମଧ୍ୟରେ ଥିବା ପ୍ରୋଟ୍ରୋଲ ଟାଙ୍କି ନିକଟରେ ଆଜି ସକାଳେ ଏକ କାର୍ ଛିଡ଼ାହୋଇଥିବା ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା। କାର୍ରେ ଥିବା ବାପାମା’ ଓ ଝିଅ ଅଳ୍ପକେ ବର୍ତ୍ତି ଯାଇ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଓ ହଳଦୀପଦା ସରପଞ୍ଚ ଆହତଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ।
ହଳଦୀପଦା ଫାଣ୍ଡି ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିଥିଲା। ଦୁର୍ଘଟଣାରେ କାର୍ର ସମ୍ମୁଖ ଭାଙ୍ଗିଯାଇଥିଲା। ଆହତଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାଯାଇଛି।