ଟ୍ରକରେ କାର୍‌ ପିଟି ହୋଇ ୫ ଜଣଙ୍କ ଜୀବନ ଗଲା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା  ଛୁଇଁବନ୍ଧ ନିକଟରେ ମଙ୍ଗଳବାର ରାତିରେଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକକୁ କାର ଧକ୍କା ଦେବାରୁ ୫ଜଣଙ୍କ ଜୀବନ ଯାଇଛି। ମୃତକମାନେ ରାମଜିପଡା ଅଞ୍ଚଳର ହୋଇଥିବା ପୁଲିସ ସୂଚନା ଦେଇଛି। ଛୁଇଁବନ୍ଧ ନିକଟରେ ରାସ୍ତାକଡରେ ଏକ ଟ୍ରକ ଠିଆ ହୋଇଥିଲା।

ଦ୍ରୁତଗତିରେ ଆସୁଥିବା କାରଟି ଟ୍ରକ ଦେହରେ ବାଡେଇ ହୋଇଯାଇଥିଲା। କାରଟି ଚୂରମାର ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତକ ମଧ୍ୟରେ ଦୁଇଜଣ ଶିଶୁ ଥିବା ଜଣାପଡିଛି। ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର