ବସ୍ତା ବୋଝେଇ ଟ୍ରକରେ ଲାଗିଲା ନିଆଁ

କେସିଙ୍ଗା : କେସିଙ୍ଗା ସହରର ଆମ୍ବେଦକର ଛକ ନିକଟରେ ଏକ ଟ୍ରକରେ ଶନିବାର ନିଆଁ ଲାଗି ଯିବାରୁ ଏଥିରେ ସମସ୍ତ ବସ୍ତା ଜଳି ଯାଇଛି। ଏହି ଟ୍ରକ୍‌ (ଓଆ୦୮ବି-୯୩୬୧)ରେ ଅଧିକ ଉଚ୍ଚତାରେ ବସ୍ତା ଗୁଡ଼ିକ ଲଦା ଯାଇଥିଲାର। ନେଚୁରାଲ କପା ମିଲରୁ ପୁରୁଣା ବସ୍ତା ନେଇ ଏହି ଟ୍ରକ୍ ଆସିଥିବା ବେଳେ ବିଦ୍ୟୁତ୍ ତାରରେ ଲାଗି ଯିବାକୁ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ରେ ଥିବା ସମସ୍ତ ବସ୍ତା ଜଳି ଯାଇଥିଲା। ଖବର ପାଇ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ହେଲେ ପର୍ଯ୍ୟାପ୍ତ ପାଣି ନ ମିଳିବାରୁ ସାବିତ୍ରୀ ବନ୍ଧରୁ ପାଣି ଆଣି ନିଆଁକୁ ଆୟତ୍ତ କରାଯାଇଥିବା ଅଗ୍ନିଶମ ବିଭାଗ ଅଧିକାରୀ ଅନିଲ ମିଶ୍ର ପ୍ରକାଶ କରିଛନ୍ତି। ଆବଶ୍ୟକତାଠାରୁ ଅଧିକ ବସ୍ତା ଓ ଅଧିକ ଉଚ୍ଚରେ ଟ୍ରକ୍‌ରେ ନିଆ ଯାଉଥିବାରୁ ବିଦ୍ୟୁତ୍ ତାର ଲାଗି ଯାଇବାରୁ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଡ୍ରାଇଭର ସୁରକ୍ଷିତ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର