ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ନିକଟ ସେଣ୍ଟ୍ରାଲ ବ୍ୟାଙ୍କ୍ ସାମ୍ନା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ପୂର୍ବରୁ ଅଟକିଥିବା ଟ୍ରକ୍ ପଛରେ ଆଜି ଭୋର ସମୟରେ ଅନ୍ୟ ଏକ ଟ୍ରକ୍ ପିଟିହୋଇ ଜଳିଯାଇଛି। ଚଣ୍ତିଖୋଲ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ଦୁର୍ଘଟଣାରେ ଟ୍ରକ୍ ଚାଳକ ଓ ଖଲାସି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରକାଶ ଯେ, ନେଉଳପୁର ନିକଟ ସେଣ୍ଟ୍ରାଲ ବ୍ୟାଙ୍କ୍ ସମ୍ମୁଖ ରାଜପଥ ପାର୍ଶ୍ବରେ ଏକ ୧୨ ଚକିଆ ଟ୍ରକ୍(ଓଡି-୦୫ୱାଇ-୦୧୨୮) ଛିଡ଼ା ହୋଇଥିଲା। ଏହି ସମୟରେ ଲୁହାଗୁଣ୍ତ ବୋଝେଇ ହୋଇ ଯାଉଥିବା ଟ୍ରକ୍ (ଓଆର୍-୦୪କ୍ୟୁ-୨୭୯୧) ଭାରସାମ୍ୟ ହରାଇ ସାମ୍ନା ଟ୍ରକ୍ ପଛରେ ପିଟି ହୋଇ ହଠାତ୍ ଜଳିଉଠିଥିଲା। ଟ୍ରକ୍ଟି ଅଧଘଣ୍ଟାଏ ପର୍ଯ୍ୟନ୍ତ ଜଳିବାରୁ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ପୁଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଦୁଇଟିକୁ ଜବତ କରିବା ସହିତ ଗାଡ଼ି ଚଳାଚଳ ସ୍ବାଭାବିକ କରିଥିଲା।
ଦୁର୍ଘଟଣା ପରେ ଜଳିଗଲା ଟ୍ରକ
/sambad/media/post_attachments/wp-content/uploads/2023/02/5772e158-820e-4c7c-95f6-a996a2f8bda0.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)