କୋଲାବିରା/ଲରିଆପାଲି: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଜାତୀୟ ରାଜପଥ ବଡ଼ବାହାଳ ବ୍ରିଜ୍ ପାଖରେ ରବିବାର ଅପରାହ୍ଣ ପ୍ରାୟ ୧ଟାରେ ଏକ ୧୨ ଚକିଆ ଟ୍ରକ୍ ଧକ୍କାରେ ଜଣେ ସାଇକଲ୍ ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ କୋଲାବିରା ବ୍ଲକ୍ ପୋଖରାସାହ୍ଲେ ଗ୍ରାମର ହେମ ସାହୁ (୭୦)। ସେ ସାଇକଲରେ ବଡ଼ବାହାଲ ରବିବାର ବଜାର ଯାଉଥିବା ବେଳେ ପଛ ପଟୁ ଉକ୍ତ ଟ୍ରକ୍ (ଓଡି-୦୪କ୍ୟୁ-୧୬୪୯) ତାଙ୍କୁ ଧକ୍କା ଦେଇ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଟ୍ରକ୍ରେ ନିଆଁ ଲଗାଇ ଦେବା ସହିତ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ପ୍ରାୟ ଦେଢ଼ଘଣ୍ଟା ଧରି ଧରି ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇଥିଲେ। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ କରିବାକୁ ଝାରସୁଗୁଡ଼ା ମେଡିକାଲ୍ ପଠାଇଛି। ଟ୍ରକ୍ଟି କେନ୍ଦୁଝରରୁ ଲୁହାପଥର ବୋଝେଇ କରି ଝାରସୁଗୁଡ଼ା ଦିଗରେ ଯାଉଥିଲା। ପୁଲିସ ଦୁର୍ଘଟଣା ଘଟାଇଥିବା ଚାଳକକୁ ଅଟକ ରଖିଛି।
ଟ୍ରକ୍ ଧକ୍କାରେ ସାଇକଲ୍ ଚାଳକ ମୃତ, ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରି ଜାଳିଦେଲେ ଟ୍ରକ୍
/sambad/media/post_attachments/wp-content/uploads/2021/12/595aefe6-e9b8-44e0-bd51-23b0bb707e10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)