ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଗଲା ହାଇୱା

ପାଟଣା : କାମ କରି ଥକିଯିବା ପରେ ଗଛମୂଳରେ ଶୋଇଥିଲେ ଶ୍ରମିକ। ଏହି ସମୟରେ ଏକ ହାଇୱା ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରିରେ। ମୃତକ ଜଣଙ୍କ ହେଲେ ଜାହାଙ୍ଗିର ସେକ୍‌ (୫୨)। ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକାସଂସ୍ଥାରେ ଜାହାଙ୍ଗିର ଶ୍ରମିକ ଭାବେ କାମ କରୁଥିଲେ। ଆଜି କାମ କରି ଥକିଯିବାରୁ ସେ ଏକ ଗଛମୂଳରେ ଶୋଇଥିଲେ। ଏକ ହାଇୱା ପଛୁଆ ଆସି ତାଙ୍କ ଉପରେ ଚଢ଼ି ଯାଇଥିଲା। ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବ‌ଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର