ଗଛଭାଙ୍ଗି ରାସ୍ତାକଡ଼କୁ ମାଡ଼ିଗଲା ଟ୍ରକ୍‌, ବର୍ତ୍ତିଗଲେ ଚାଳକ ଓ ହେଲପର

କାଳିଆପାଣି : ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରେ ଶନିବାର ହାଟ ପାଳିରେ ଶନିବାର ଏକ ଦୁର୍ଘଟଣା ହୋଇଯାଇଛି। ଶନିବାର ମଧ୍ୟାହ୍ନରେ ଏକ ଦ୍ରୁତଗାମୀ ଟ୍ରକ୍‌(ଓଆର୍-୦୯ସି-୦୯୨୧) କାଳିଆପାଣିରୁ କଲରଙ୍ଗି ଆଡ଼କୁ ଯାଉଥିବା ବେଳେ ରଙ୍ଗ୍ ରୁଟ୍‌ରେ ଡାହାଣ ପଟକୁ ମାଡ଼ିଯାଇ ରାସ୍ତା କଡ଼ରେ ଥିବା ୩ଟି ବଡ଼ବଡ଼ ଗଛକୁ ଚାପି ଦେଇଥିଲା। ଏଥିରେ ଟ୍ରକ୍‌ ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ଏହାର ଚାଳକ ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିଲେ। ପୁଲିସ ଏହାର ଅନୁସନ୍ଧାନ କରୁଛି।

ସମ୍ବନ୍ଧିତ ଖବର