ବରଗଡ଼ : କିଛି ଦିନ ତଳେ ସହର ସଂଲଗ୍ନ ଘୁଲିପାଲି ଛକରେ ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରୋକ ହୋଇଥିଲା। ଗୁରୁବାର ସେହି ଛକରେ ଗୋଟିଏ କଣ୍ଟେନର୍ ଜାତୀୟ ରାଜପଥ କଡ଼ରେ ଥିବା ଗୋଟିଏ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଏଥିରେ ନିତ୍ୟାନନ୍ଦ ସାହୁଙ୍କ ହୋଟେଲ୍ ସଂପୂର୍ଣ୍ଣ ଭାଂଗିରୁଜି ଯାଇଛି। ତେବେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। କଣ୍ଟେନର୍କୁ ପଛପଟୁ ଗୋଟିଏ ଟ୍ରକ୍ ଧକ୍କା ଦେବା ଫଳରେ ତାହା ହୋଟେଲ ଉପରକୁ ମାଡ଼ି ଯାଇଥିଲା।
ହୋଟେଲ ଉପରକୁ ମାଡ଼ି ଗଲା କଣ୍ଟେନର୍
/sambad/media/post_attachments/wp-content/uploads/2022/10/baragarh-cccc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)