ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳ ପିପିଳିଆ ଛକରେ ୨୦ ନଂ ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ଲୁହା ଛଡ଼ ବୋଝେଇ ୭୦୯ ଟ୍ରକ ଧକ୍କାରେ ସ୍କୁଟି ଆରୋହି ବାପ ପୁଅଙ୍କର ମୃତ୍ୟୁ ଘଟିଥିଲା।
ଏନେଇ ଘଟଗାଁ ଥାନାରେ ଏକ ମାମଲା ରୁଜୁ ହେବା ସହ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଚାଳକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଟ୍ରକ ଚାଳକ ଜଣକ ଆନନ୍ଦପୁର ଅଞ୍ଚଳ ଟାଙ୍ଗର ଗ୍ରାମର ରମାକାନ୍ତ ନାୟକ(୩୩)ବୋଲି ତଦନ୍ତ କାରି ଅଧିକାରୀ ତ୍ରିନାଥ ନାଏକ ଙ୍କ ଠାରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/3c2c9713-2126-4975-8af6-20e7976610d8.jpeg)