ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ରାଂଚି-ବିଜୟବାଡା ୨୨୦ ନଂ ଜାତୀୟ ରାଜପଥ ବଲତପୁର ନିକଟରେ ଏକ ଟ୍ରକ୍ ଦୂର୍ଘଟଣାରେ ଚାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଶୁଆକାଟି ଲୁହାଖଣିରୁ ଓଆର-୦୯-ପି-୯୦୫୭ ବିଶିଷ୍ଟ ଟ୍ରକ୍ ଲୁହାପଥର ବଝେଇ କରି ପଡୋଶୀ ଝାଡଖଣ୍ଡକୁ ଯାଉଥିବା ସମୟରେ ବଲତପୁର ନିକଟରେ ଭାରସାମ୍ୟ ହରାଇ ଏକ ଗଛ ସହିତ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଚାଳକ ଧମେନ୍ଦ୍ର ଯାଦବ(୨୮)ଙ୍କ ମୃତ୍ୟୁ ଘଟିଥିଲା ।ହାଟବାଦଡା ଫାଣ୍ଡି ପୁଲିସ ଖବର ପାଇ ଘଟଣାସ୍ଥଳରୁ ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି । ଏନେଇ ଗ୍ରାମାଂଚଳ ଥାନାରେ କେସ୍ ନଂ ୬୨/୨୩ ରେ ଏକ ମାମଲା ରୁଜୁ ହୋଇଛି ।
ଲୁହାପଥର ବୋଝେଇ ଟ୍ରକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2023/03/IMG-20230319-WA0329.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)