ଟ୍ରକ୍‌ ଓ ବାଇକ ଧକ୍କା, ଟ୍ରକ୍‌ ଚାଳକ ମୃତ

ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମ ନିକଟରେ ଟ୍ରକ୍‌ ଓ ବାଇକ୍‌ର ମଧ୍ୟରେ ଧକ୍କା ହେବା ଫଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି। ଏହାସହିତ ବାଇକ ଆରୋହୀ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ପାଲଲହଡା ଅଭିମୁଖେ ଯାଉଥିବା ଟ୍ରକ୍‌ ସହିତ ବିପରୀତ ଦିଗରୁ ଆସୁଥିବା ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। କଲା ଗ୍ରାମ ନିକଟରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ଘଟିବା ପରେ ଟ୍ରକ ଚାଳକ ଶଙ୍କର ରାୟ (୪୦) ଟ୍ରକରୁ ଡେଇଁ ପଡିଥିଲେ। ଫଳରେ ଅନ୍ୟ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବା‌ଟରେ ଶଙ୍କରଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଦୁର୍ଘଟଣାରେ ଆହତ ହୋଇଥିବା ୨ଜଣ ବାଇକ ଆରୋହୀ ବର୍ତ୍ତମାନ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଖବରପାଇ ‌ବାରକୋଟ ଥାନା ପୁଲିସ ଶବ ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର