ମଦନପୁର ରାମପୁର: ଦ୍ରୁତଗତି ମହାବିପତ୍ତି। ଏକଥା ସମସ୍ତେ ଜାଣିଥିଲେ ବି ରାସ୍ତାରେ ଯାତାୟତ କଲା ସମୟରେ ଅବହେଳା ଯୋଗୁଁ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାରେ ଲୋକଙ୍କର ମୃତ୍ୟୁ ଘଟୁଛି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥରେ ଆଜି ଭୋର୍ରୁ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍ ମୁହାମୁହିଁ ଧକ୍କା ହେବାରୁ ଜଣେ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରଞ୍ଜିତ ପ୍ରଧାନ (୩୦)।
ସୂଚନା ଅନୁସାରେ ୫୯ ନମ୍ବର ଜାତୀୟ ରାଜପଥର ଟୁର୍ଚି ଉତ୍ତେଇ ନଦୀ ପୋଲ ଆରପାଖରେ ଏକ ମର୍ମନ୍ତୁଦ ଟ୍ରକ୍ ଦୁର୍ଘଟଣା ଘଟିଛି। ଆଜି ଭୋର୍ ସମୟରେ ନଦୀ ସେପଟେ ବ୍ରେକ ଡାଉନ୍ ଯୋଗୁ ଛିଡ଼ା ହୋଇଥିବା ରାଜସ୍ଥାନର ଟ୍ରକ୍ (ଆରଜେ ୦୨ଜି ବି ୮୧୭୨)କୁ ସମ୍ବଲପୁରରୁ ରାୟଗଡ଼ା ଆସୁଥିବା ଟ୍ରକ୍ (ଓଆର୍ ୧୫ ଏନ୍ ୯୬୨୧) ଜୋରଦାର ଧକ୍କା ଦେଇଥିଲା। ଫଳରେ ଟ୍ରକ୍ଟି ଚୁରମାର ହୋଇଯାଇଥିଲା। ଟ୍ରକ୍ର ଚାଳକ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଧୀନ ବଡ଼ମାଳ ଫାଣ୍ଡି ଅନ୍ତର୍ଗତ ଭାଲୁଚୁଆ ଗ୍ରାମର ରଞ୍ଜିତ ପ୍ରଧାନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ମଦନପୁର ରାମପୁର ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚାଳକର ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଏସ୍ଆଇ ସିରାଜ ପାଢ଼ୀ ସୂଚନା ଦେଇଛନ୍ତି।