ଟ୍ରକକୁ ପଛରୁ ଧକ୍କା ଦେଲା କଣ୍ଟେନର : ଟ୍ରକ ଡ୍ରାଇଭର ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଢେଙ୍କାନାଳରେ ଟ୍ରକ ଧକ୍କାରେ ଗୋଟିଏ ହାତୀ ମୃତ

ଜଳେଶ୍ୱର/ଢେଙ୍କାନାଳ : ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ଗତକାଲି ରାତିରେ ଏକ କଣ୍ଟେନର ଟ୍ରକ୍‌ ପଛରେ ଧକ୍କା ହେବାରୁ ଟ୍ରକ୍‌ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଲକ୍ଷ୍ମଣନାଥ ଟୋଲଗେଟ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି।। ଦୁର୍ଘଟଣା ଘଟାଇବା ପରେ କଣ୍ଟେନର ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା କଣ୍ଟେନରରେ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ଥିବା ଜଣାପଡିଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ସେହିପରି ଢେଙ୍କାନାଳ ଜିଲ୍ଲାରେ ଟ୍ରକ ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଢ଼େଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୫୫ର ସଦର ରେଞ୍ଜ ଜୀବନଖୋଲ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଦୁଘର୍ଟଣା ଘଟାଇଥିବା ଟ୍ରକ ତଳେ ହାତୀଟି ଚାପି ହୋଇ ରହିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି। ଉକ୍ତ ରାସ୍ତାରେ ହାତୀ ଚଳାଚଳର ସୂଚନା ଫଳକ ଲାଗିଥିବା ସତ୍ତ୍ବେ ଖାମଖିଆଲ ଭାବେ ଗାଡିଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର