ଯୋଡ଼ା : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କାଳିମାଟି ହାଣ୍ତିଭଙ୍ଗା ରାସ୍ତାର ନୂଆହଟିଂରେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ ଡ୍ରାଇଭର ହେଲେ ତେଲକୋଇ ଥାନା ଜଗମୋହନପୁର ଗ୍ରାମର ଅଶୋକ କୁମାର ମହାକୁଡ଼ (୩୪)।
ପୁଲିସ ସୂଚନା ଅନୁଯାୟୀ, ଆଜି ସକାଳେ ସ୍ଥାନୀୟ ଲୋକେ ହାଣ୍ଡିଭଙ୍ଗା ରାସ୍ତାର ଏକ ବୁଦାମୂଳରେ ଅଶୋକଙ୍କ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ବଡ଼ବିଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଅଶୋକଙ୍କୁ କେହି ଦୁର୍ବୃତ୍ତ ପଥର ଛେଚି ଅତି ନିର୍ମମଭାବେ ହତ୍ୟା କରିବା ପରେ ରାସ୍ତାକଡ଼ରେ ଥିବା ବୁଦାମୂଳରେ ତାଙ୍କ ମୃତଦେହ ଲୁଚାଇ ଦେଇଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/murder.jpg)