ପାଟପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ରବିବାର ହଳଦୀ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ଘଟିଛି। ଏଥିରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଫେରାର ଅଛନ୍ତି। ମୃତ ହେଲପର ହେଲେ ନୟାଗଡ଼ ଜିଲ୍ଲା ଇଟାମାଟିର ସୁରେଶ ଗୁରୁ। ମୃତଦେହକୁ କଟରରେ କାଟି ବାହାର କରାଯାଇଛି।
ସୂଚନା ଅନୁସାରେ ଟ୍ରକ୍ଟି ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ତପ୍ତପାଣି ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଟ୍ରକ୍ଟି ଘାଟି ତଳକୁ ଖସିପଡ଼ିଥିଲା। ଡ୍ରାଇଭର ସୁରେଶ କୁମାର ଗୁରୁ ଟ୍ରକ୍ ତଳେ ଚାପି ହୋଇ ରହିଯାଇଥିଲେ। ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପାଟପୁର ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/Accident_1717296900.jpg)