ରାଇରଙ୍ଗପୁର: ଭାରସ୍ୟାମ ହରାଇ ପୋଲ ତଳକୁ ଖସିଲା ଟ୍ରକ୍ । ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଟିଏମଏଚ୍ରେ ଭର୍ତ୍ତି ସୂଚନା।
ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ କେନ୍ଦୁଝରସ୍ଥିତ ଗନ୍ଧମାର୍ଦ୍ଧନ ମାଇନ୍ସରୁ ଏକ ଆଇରନ୍ ପଥର ବୋଝେଇ ଟ୍ରକ୍ (ଜେଏଚ୍-୦୫ଡିଜି-୨୫୮୧) ପଡୋଶୀ ଝାଡ଼ଖଣ୍ଡରୁ ଲୁହାପଥର ଅନଲଡ୍ କରି ଫେରୁଥିବା ସମୟରେ ଦାଣ୍ଡବୋଷ ନିକଟରେ ଭାରସ୍ୟାମ ହରାଇ ଏକ ପୋଲ ତଳକୁ ଖସିପଡିଥିଲା। ଫଳରେ ଚାଳକ ଜଣକ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ତାଙ୍କ ଜାମସେଦପୁରସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ ଯେ ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ତିରିଂ, ବହଳଦା, ରାଇରଙ୍ଗପୁର, କୁସୁମୀ, ଯଶିପୁର ଅଂଚଳ ଦେଇ ଯାଇଛି ଏବଂ ତାହା ଅଣ ଓସାରିଆ ଥିବାରୁ ବାରମ୍ବାର ଏଭଳି ଦୂର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।