ହରଭଙ୍ଗା : ଓଭର ଟେକ କରିବାକୁ ଯାଇ ପୋଲରୁ ଖସିଲା ଟ୍ରକ

ହରଭଙ୍ଗା : ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ଚିଲାଖଣ୍ଡି ପୋଲରେ ଯାଉଥିବା ଏକ ଟ୍ରକକୁ ଓଭର ଟେକ କରିବାକୁ ଯାଇ ଅନ୍ୟଏକ କୋଇଲା ବୋଝେଇ ଟ୍ରକ ୩୦ପୁଟ ପୋଲ ତଳକୁ ଖସି ପଡିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରାତ୍ରି ପ୍ରାୟ ସାଢେ ୭ଟା ସମୟରେ ଏହି ଅଣ ଓସାରିଆ ପୋଲ ଉପରେ  ପୁରୁଣାକଟକ ପଟୁ ବୌଦ୍ଧ ଆଡକୁ ଏକ ଖାଲି ଟ୍ରକ ଯାଉଥିଲା। ତେବେ ଏହି ସମୟରେ ପଛପଟୁ କୋଇଲା ନେଇ ଯାଉଥିବା ଏକଟ୍ରକ ଚାଳକ ଉକ୍ତ ଟ୍ରକ ଟିକୁ ଓଭର ଟେକ କରିବାକୁ ଯାଇ ସଂକୀର୍ଣ୍ଣ ପୋଲକୁ ଠଉରାଇ ନପାରିବାରୁ ପୋଲ ମୁହଁରୁ ଧକ୍କାହୋଇ ପାର୍ଶ୍ଵରେ ଥିବା ଲୁହାର ବାଡାଭାଙ୍ଗି ୩୦ଫୁଟ ତଳକୁ ଖସିପଡିଥିବା ଜଣାଯାଇଛି। ତେବେ ଟ୍ରକ ଚାଳକ ଓ ହେଲ୍‌ପର ତତ୍‌କ୍ଷଣାତ ଗାଡିରୁ ଡେଇଁ ପଡିବାରୁ ସେମାନେ ବର୍ତ୍ତି ଯାଇଥିବା କୁହାଯାଉଛି। ଅନ୍ୟପଟେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ଟି ପୋଲ ଉପରେ ଅଟକି ରହିଛି। ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଛି। ଖବର ପାଇ ବୌଦ୍ଧ ଦମକଳ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହାଇଡ୍ରାଦ୍ୱାରା ରାସ୍ତା କ୍ଲିଅର କରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର