ଯାଜପୁର : ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଛକରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ | ରାଜପଥରେ ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କା ହେବା ପରେ ଟ୍ରକ ତଳେ ପଶିଯାଇଥିଲା ବାଇକ | ବାଇକରେ ନିଆଁ ଲାଗିଯିବା ପରେ ନିଆଁ ଟ୍ରକକୁ ବ୍ୟାପି ଯାଇଥିଲା। ତେବେ ସୌଭାଗ୍ୟବଶତଃ ଟ୍ରକ ଡ୍ରାଇଭର ଓ ବାଇକ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଥିଲେ | ରସୁଲପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
/sambad/media/post_attachments/wp-content/uploads/2020/01/5991251f-c48b-4212-b8dc-20658fcbcda4-300x240.jpg)
ଦୁର୍ଘଟଣା ପରେ ୧୬ନଂ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା | କୁଆଖିଆ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ୨ଟିକୁ ଜବତ କରି ତଦନ୍ତ ଚଳାଇଛି |
ମିଳିଥିବା ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଏକ ୧୨ ଚକିଆ ମାଲ ବୋଝେଇ ଟ୍ରକ ଜାତୀୟ ରାଜପଥରେ ଯାଉଥିବାବେଳେ ହଠାତ ଟ୍ରକ ସାମ୍ନାକୁ ବାଇକ ଆସିଯାଇଥିଲା | ଡ୍ରାଇଭର ବ୍ରେକ ମାରିବା ଆଗରୁ ବାଇକଟି ଟ୍ରକ ଆଗ ପଟେ ପଶିଯାଇ ଏଥିରେ ନିଆଁ ଲାଗିଯାଇଥିଲା | ବାଇକରେ ଲାଗିଥିବା ନିଆଁ ଟ୍ରକକୁ ବ୍ୟାପିଯାଇଥିଲା | ଏହା ଦେଖି ଟ୍ରକ ଡ୍ରାଇଭର ଜଣକ ଗାଡ଼ିରୁ ଓହ୍ଲାଇପଡ଼ିଥିଲେ | ଯାହାଫଳରେ ତାଙ୍କ ଜୀବନ ବଂଚିଯାଇଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/5991251f-c48b-4212-b8dc-20658fcbcda4-1.jpg)