ଟ୍ରକ୍‌ ସଜାଡୁ ସଜାଡୁ ଟ୍ରକ୍‌ ଚକ ତଳେ ହେଲ୍‌ପରଙ୍କ ଚାଲିଗଲା ଜୀବନ

ମୟୂରଭଞ୍ଜ/ବିଶୋଇ: ବିଶୋଇ: କଥାରେ ଅଛି ମୃତ୍ୟୁ କୋଉ ମୁହୂର୍ତ୍ତ ଆଉ କୋଉ ରୂପରେ ଆସେ ସେକଥା କହିବା ଅସମ୍ଭବ। ଏହିପରି ଏକ ଘଟଣା ଆଜି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏକ ଟ୍ରଲରକୁ ଅନ୍ୟ ଏକ ଟ୍ରଲର ଧକ୍କା ଦେବା ଫଳରେ ଉକ୍ତ ଟ୍ରଲର ତଳେ ଥିବା ହେଲ୍ଜ‌ପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ସୂଚନାଥାଉକି, କୋଲକାତା ଠାରୁ ଛତିଶଗଡ଼ର ରାୟଗଡ ଜିଲ୍ଲା ଚାମ୍ପା ଅଭିମୁଖେ ଯାଉଥିବା ଏକ ଟ୍ରଲର (ଏନ.ଏଲ ୦୧ ଡ଼ି ୯୦୩୨)ଅପରାହ୍ନ ସମୟରେ ବିଶୋଇ ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ସମ୍ମୁଖ ଏକ ଢ଼ାବା ନିକଟରେ ଛିଡା ହୋଇଥିଲା। ଢ଼ାବାରୁ ଖାଇସାରି ଉକ୍ତ ଗାଡିର ହେଲ୍‌ପର ଅନୁପ ଲାଲ ମଣ୍ଡଳ(୩୫) ଗାଡିର ଚକ ନିରୀକ୍ଷଣ କରୁଥିବା ସମୟରେ ପଛରେ ଆସୁଥିବା ଅନ୍ୟ ଏକ ଟ୍ରଲର ଗାଡି (ଏନ.ଏଲ ୦୧ କେ ୨୩୨୯)ଭାରସାମ୍ୟ ହରାଇ ପଛପଟୁ ଉକ୍ତ ଟ୍ରଲରକୁ ଧକ୍କା ଦେଇଥିଲା। ଫଳରେ ଟ୍ରଲର ଗାଡି ଚକାଟି ଅନୁପଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ଅନୁପଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ୨ ଗୋଟି ଟ୍ରଲର ଜଣେ ମାଲିକର ଥିବାର ଜଣାପଡିଛି। ଏହି ଘଟଣା ନେଇ ବିଶୋଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର