ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଖିରେଇଟାଙ୍ଗିରିଠାରେ ଆଜି ଏକ ଟ୍ରକ୍‌ ଧକ୍କାରେ ୪ଟି ଗୋରୁ ପ୍ରାଣ ହରାଇଛନ୍ତି। ତିନିଟି ଗୋରୁ ଆହତ ହୋଇଛନ୍ତି। ଡ଼ଳଙ୍ଗ ଗ୍ରାମର କିଛି ଲୋକ ବଳଦ ବିକ୍ରି କରିବା ପାଇଁ ନିକଟସ୍ଥ ବେଲେଦା ହାଟକୁ ନେଉଥିଲା ବେଳେ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରିଠାରେ ଏହି ଦୁର୍ଘଟଣା ଘଟିଥିଲା।

Advertisment

ଏକ ଟ୍ରକ୍‌ ଗୋରୁ ଗୁଡ଼ିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।