ପଞ୍ଚଗାଁ : ରେଙ୍ଗାଲି ଥାନା ଅନ୍ତର୍ଗତ ଏନ୍ଏଚ୍ ୪୯ ପଞ୍ଚଗାଁ ନିକଟ ପଟେଲ୍ ଢାବା ସମ୍ମୁଖରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ପଳସଦା ନାୟକପଡ଼ାର ଗୁରୁଦେବ ବଞ୍ଜାରା (୩୭)। ଗୁରୁଦେବ କୌଣସି କାମରେ କନକତୋରା ଯାଇ ଏକ ବାଇକ୍ରେ ଫେରୁଥିବା ବେଳେ ପଛପଟୁ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଅଟକ ରଖିଛନ୍ତି। ଖବରପାଇ ପୁଲିସ ଶବ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।
ବାଇକକୁ ପିଟିଲା ଟ୍ରକ, ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ
/sambad/media/post_attachments/wp-content/uploads/2020/11/t-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)