ଗଞ୍ଜାମ : ଗଞ୍ଜାମ ଥାନା ଅଧୀନ ଅଗସ୍ତିନୂଆଗାଁ ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ପୁଲିସ ସିପାହୀଙ୍କ ମୃତ୍ୟୁ ଘଟିଛି। ମୃତ ସିପାହୀ ଜଣକ ହେଲେ ଛତ୍ରପୁର ବ୍ଲକ୍‌ କଣମଣା ପଞ୍ଚାୟତ ଟାକିରିୟାବ୍ରହ୍ମପୁରର ବିଷ୍ଣୁ ବେହେରା (୪୦)। ସେ ଅଗସ୍ତିନୂଆଗାଁ ସ୍ଥିତ ଅଷ୍ଟମ ବାଟାଲିଅନ୍‌ର ପୁରୁଣା ଓଡ୍ରାଫ ଟିମ୍‌ରେ କାର୍ଯ୍ୟରତ ଥିଲେ। ଆଜି ପୂର୍ବାହ୍ଣରେ ସେ ନିଜ ବାଇକ୍‌ (ଓଆର୍‌୦୭ଏଲ୍‌ ୪୧୯୩)ରେ କାର୍ଯ୍ୟକ୍ଷେତ୍ରକୁ ଆସୁଥିବା ବେଳେ ଜାତୀୟ ରାଜପଥ-୧୬ ଅଗସ୍ତିନୂଆଗାଁ ଛକ ନିକଟରେ ଏକ ଟ୍ରାକ୍ଟର୍‌ ତାଙ୍କୁ ଧକ୍କା ଦେଇଥିଲ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଏହାର ପ୍ରତିବାଦରେ କିଛି ସମୟ ପାଇଁ ଜାତୀୟ ରାଜପଥ ଅବରୋଧ ହୋଇଥିଲା। ଥାନା ଏସ୍‌ଆଇ ପି.ପି. ଦେବତା, ଅଷ୍ଟମ ବାଟାଲିଅନ୍‌ର ଦୁର୍ଗପତି ସୂର୍ଯ୍ୟନାରାୟଣ ମଲ୍ଲିକ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ଶବକୁ ଜବତ କରି ବ୍ୟବ‌ଚ୍ଛେଦ ନିମନ୍ତେ ଛତ୍ରପୁର ମେଡିକାଲକୁ ପଠାଇ ତଦନ୍ତ ଚଳାଇଛି।