ମୋପେଡକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ, ଜଣେ ଆହତ 

ସମ୍ବଲପୁର: ସଦର ଥାନା ଜୟନ୍ତପୁର ଛକରେ ଶୁକ୍ରବାର ସକାଳେ ଏକ ଟ୍ରକ୍‌ ଏକ ଲୁନାକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ମୃତକ ଜଣକ ହେଉଛନ୍ତି ଝାରଗୁଲୁଣ୍ଡାର ଉପେନ୍ଦ୍ର ଭୋଇ(୫୫) ଏବଂ ଆହତ ଜଣକ ହେଉଛନ୍ତି ତାଙ୍କ ଭାଇ ସାହେବ ଭୋଇ।

ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଲୁନାରେ ୨ ଭାଇ ଉପେନ୍ଦ୍ର ଓ ସାହେବ ଚାଉଳ ଆଣିବା ପାଇଁ ଯାଉଥିଲେ। ଜୟନ୍ତପୁର ଛକରେ ସକାଳ ୮ଟା ସମୟରେ ଟ୍ରକ୍‌ଟି ଲୁନାକୁ ଧକ୍କା ଦେଇଥିଲା। ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବୁର୍ଲା ପଠାଯାଇଥିଲା। ସେଠାରେ ଡାକ୍ତର ଉପେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର