ଟ୍ରକ୍ ଧକ୍କାରେ ଯୁବକ ମୃତ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଧୀନ ଏନ୍‌ଏଚ୍‌ ନଂ ୫୫ର ଚାଟୁଣି ନିକଟରେ ଏକ ଟ୍ରକ୍‌ ଧକ୍କାରେ ପିଣ୍ଟୁ ପ୍ରଧାନ (୨୧)ଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ରେଢ଼ାଖୋଲ ଥାନା ବଡ଼ବାହାଳ ପଞ୍ଚାୟତର ବଣିଆବନ୍ଧ ଗ୍ରାମର ପିଣ୍ଟୁ ସମ୍ବଲପୁରରେ ଏକ ଔଷଧ ଦୋକାନରେ କାର୍ଯ୍ୟ କରୁଥିଲେ। ରବିବାର ପିଣ୍ଟୁ ନିଜ ବାଇକ (ସିଜି ୦୬ ଜିୟୁ ୮୬୯୦)ରେ ସମ୍ବଲପୁରରୁ ନିଜ ଗ୍ରାମକୁ ଆସୁଥିଲେ।

ସଂଧ୍ୟା ପ୍ରାୟ ୫ଟାରେ ଚାଟୁଣି ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌ (ଓଡି ୧୯ଇ ୩୭୧୩) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଚାରମାଳ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରିଛନ୍ତି। ସୋମବାର ଶବ ବ୍ୟବଚ୍ଛେଦ ହେବ ବୋଲି ଚାରମାଳ ଥାନା ଅଧିକାରୀ ବସନ୍ତ ଦଳାଇ  ସୂଚନା ଦେଇଛନ୍ତି। ପିଣ୍ଟୁ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର