କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଘୋଟସର ଗାଁ ନିକଟ ଜାତୀୟ ରାଜପଥ ୩୫୩ରେ ଟ୍ରକ୍‌ (ଏନ୍‌ଏକ୍ସ ୦୧ ଏଡି-୨୬୫୬) ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୋଡ଼େନ ଥାନା କିରେଝୋଲା ଗାଁର ଟଙ୍କଧର ମାଝୀ (୩୦)।

Advertisment

ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ବାଇକ୍ (ଓଡି ୨୬ଡି-୫୬୯୬)କୁ ଜବତ କରି ତଦନ୍ତ ଜାରି ରଖିଛି।