ଚଣ୍ଡିଖୋଲ: ବାଲିଚନ୍ଦ୍ରପୁର ଛକ ନିକଟରେ ଆଜି ସକାଳେ ଏକ ଟ୍ରକ ଚଢ଼ିଯିବାରୁ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଇନ୍ଦୁପୁର ଗ୍ରାମର ସେକ ଅବରୁଲ ହମିଦ (୩୨)। ସେକ ଅବରୁଲ ଆଜି ସକାଳେ ୫୩ ନମ୍ବର ଜାତୀୟ ରାଜପଥ ଦେଇ ଚଣ୍ଡିଖୋଲ ପଟୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲେ।
ତାଙ୍କ ବାଇକ୍ ଆଗକୁ ଏକ କୁକୁର ପଶି ଆସିବାରୁ ଭାରସାମ୍ୟ ହରାଇ ସେ ପଡ଼ି ଯାଇଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ ତାଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ବାଲିଚନ୍ଦ୍ରପୁର ଥାନା ପୁଲିସ ଶବ ଜବତ କରି ବଡ଼ଚଣା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)