ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପିଆରଓ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଭୁବନେଶ୍ୱର ସ୍ଥିତ ଏଜି ଛକରେ ତାଙ୍କ କାରକୁ ଏକ ବାଲି ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା।
ଦୁର୍ଘଟଣା ଘଟାଇ ଟ୍ରକ୍ ଘଟଣାସ୍ଥଳରୁ ପଳାଇ ଯାଇଥିଲା। କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ମଙ୍ଗଳବାର ବିଳମ୍ବିତ ରାତିରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଲୋକ ସମ୍ପର୍କ ଅଧିକାରୀ ବିମଳ ରାଉଳ ଘରକୁ ଫେରୁଥିବା ସମୟରେ ଏଜି ଛକରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରକୁ ଏକ ବାଲି ବୋଝେଇ ଟ୍ରକ୍ ତାଙ୍କ ଗାଡ଼ିର ସାମ୍ନା ଭାଗକୁ ଧକ୍କା ଦେଇଥିଲା ।
ଅଧିକ ପଢ଼ନ୍ତୁ: ଏସ୍ଟିପି ପରେ ବି ବ୍ରାହ୍ମଣୀ ପ୍ରଦୂଷିତ
ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବିମଳଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିରଥିବା ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ: ବଢ଼େଇ ଛକରେ ମର୍ମନ୍ତୁଦ ଦୁର୍ଘଟଣା: ୩ ଯୁବକ ମୃତ