ଯୁଯୁମୁରା: ଯୁଯୁମୁରା ଥାନା ମୁଣ୍ଢେର ଛକ ନିକଟରେ ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଠର୍ଲି ଗ୍ରାମର ରବୀନ୍ଦ୍ର ବାଙ୍କ(୪୭) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ସାଢ଼େ ୫ଟା ସମୟରେ ରବୀନ୍ଦ୍ର ସାଇକେଲ୍ରେ ରାସ୍ତା ପାର୍ କରୁଥିବା ବେଳେ ଟ୍ରକ୍ଟି ତାଙ୍କୁ ଧକ୍କା ଦେଇଥିଲା।
ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।