ଟ୍ରକ ଧକ୍କାରେ ଜଣେ ମୃତ

ପାଟଣା :  ଢେଙ୍କିକୋଟ- ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଛକ ନିକଟରେ  ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।  ସୂଚନା ଅନୁସାରେ ଘଟଗାଁ ବ୍ଲକ ପଇଦା ପାଟଣା ପଞ୍ଚାୟତ ଅନ୍ତର୍ଗତ ନୁସୁରିପସି ଗ୍ରାମର  ସୋମବାରୀ ମୁଣ୍ଡା ତାଙ୍କ ସ୍ୱାମୀ ରବି ମୁଣ୍ଡା  ଏବଂ ଦିଅର ବନମାଳୀ ମୁଣ୍ଡା ଏକ ଲୁନାରେ ପାଟଣା ଅଭିମୁଖେ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ  ତାଙ୍କୁ ଧକ୍କା ଦେଇଥିଲା। ଫଳରେ  ଘଟଣାସ୍ଥଳରେ ସୋମବାରିଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣାରେ ତାଙ୍କ ସ୍ୱାମୀ ରବି ଏବଂ ଦିଅର ବନମାଳୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇଯାଇଥିଲା। ପାଟଣା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର