ବ୍ରଜରାଜନଗର: ଜାତୀୟ ରାଜପଥ ନଂ ୪୯ର ମହାସିଙ୍ଗ ଛକ ନିକଟରେ ଏକ ଟ୍ରକ (ଓଡି ୦୯ ଜେ ୭୧୫୨) ଧକ୍କାରେ ବାଇକ ଅରୋହୀ ପ୍ରଦୀପ ଧରୁଆ (୨୮)ଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଲକ୍ଷ୍ମଣ ରେହେନା (୨୪) ଆହତ ହୋଇଥିଲେ।
ଗୁରୁବାର ରାତିରେ ରେଙ୍ଗାଲି ଥାନା ବାଞ୍ଜିପାଲି ଗ୍ରାମର ପ୍ରଦୀପ ଓ ଲକ୍ଷ୍ମଣ (ଓଢି ୨୩ ଏଲ୍ ୪୩୮୭)ରେ ସିଂ ଢାବାରୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ଟି ଧକ୍କା ଦେଇଥିଲା। ଉଭୟଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରଦୀପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଲକ୍ଷ୍ମଣଙ୍କ ଅବସ୍ଥା ଗୁରୁତର ଥିବାରୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ରେଙ୍ଗାଲି ଥାନା ଅଧିକାରୀ କେ. ସମରିଆ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)