ପଦ୍ମପୁର: କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥରେ ପୁଣି ଏକ ଦୁର୍ଘଟଣା ଘଟି ଜୀବନ ହାନୀ ଘଟିଛି। ରବିବାର ସକାଳ ପ୍ରାୟ ୮ଟାବେଳେ ଦ୍ରୁପଦା ବାଇପାସ୍ ନିକଟରେ ଜଣେ ସାଇକେଲ୍ ଆରୋହୀଙ୍କୁ ଟ୍ରକ୍ ଦଳିଦେବା ପରେ ଫେରାର୍ ହୋଇଯାଇଛି। ମୃତକ ହେଲେ ସଦର ଥାନା ଅନ୍ତର୍ଗତ ମହଦେଇଯୋଡା ପଞ୍ଚାୟତ ଉପରଧାତିକା ଗ୍ରାମର ବାଜନ ମାଝୀ(୬୩)। ଦୁର୍ଘଟଣା ପରେ ସ୍ଥାନୀୟ ଲୋ ଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହିତ ରାସ୍ତାରୋକ୍ କରିଥିଲେ।
ଘଟଣାରୁ ପ୍ରକାଶ ଯେ ଆଜି ବାଜନ ଗୃହପାଳିତ କୁକୁଡ଼ାଗୁଡ଼ିକୁ ବ୍ୟାଗରେ ଧରି ବେଲଦା ହାଟକୁ ବିକ୍ରି କରିବାକୁ ଯାଉଥିଲେ। ଦ୍ରୁପଦା ବୁଲାଣି ନିକଟରେ ଟ୍ରକ୍ ସାଇକେଲ୍ ସହିତ ବାଜନକୁ ଟ୍ରକ୍ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାପରେ ଶବ ପଡିଥବା ଅବସ୍ଥାରେ ଲୋକେ ରାସ୍ତା ରୋକ କରିବାରୁ ଟ୍ରଫିକ୍ ସମସ୍ୟା ଦେଖାଦେଇଥିଲା। ଖବର ପାଇ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଉପସ୍ଥିତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରାେକ୍ ହଟିଥିଲା।ଏହାପରେ ଶବ ଜବତ କରି ଏନ୍ ଏଚ୍ ଆଇ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ବିଶେଷ କରି ଦ୍ରୁପଦା ବୁଲାଣି ନକଟରେ ଭାରୀଯାନ କ୍ଷୀପ୍ର ଗତିରେ ଅତିକ୍ରମ କରି ବିଭିନ୍ନ ଦିଗକୁ ଯାଉଥିବା ଦେଖିବାକୁ ମିଳୁଛି। ଏଠାରେ ଟ୍ରାଫିକ୍ ପୋଷ୍ଟ କିମ୍ବା ଷ୍ଟ୍ରିଟ୍ ଲାଇଟ ସଂଙ୍କେତ ଲଗାଇବାକୁ ଦାବି ହୋଇଛି। ବାରମ୍ବାର କେନ୍ଦୁଝର ଜିଲ୍ଲାର ରାଜପଥରେ ବେଆଇନ ଭାରୀଯାନ ଚଳାଚଳ ଯୋଗୁଁ ମୁଣ୍ତପରେ ମୁଣ୍ତ ଗଡ଼ି ଚାଲିଛି। ମାତ୍ର ଜିଲ୍ଲା ପ୍ରଶାସନ ଏହି ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁନଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/accident-1.jpg)