ଅନଗୁଳ: ରବିବାର ସକାଳେ ସମ୍ବଲପୁର-କଟକ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଡ଼ି ଦୁର୍ଘଟଣା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି।

Advertisment

ମୃତବ୍ୟକ୍ତିଜଣକ ପୁରୁଷ ଓ ଆହତ ବ୍ୟକ୍ତିଜଣକ ମହିଳା ବୋଲି ଖବର ମିଳିଛି। କିନ୍ତୁ, ସେମାନଙ୍କର ପରିଚୟ ମିଳିନାହିଁ।

publive-image

ଉଭୟ ଏକ ଲାଲ୍‌ ରଙ୍ଗର ସ୍କୁଟର୍‌ରେ ନାଲ୍‌କୋ ନଗର ପଟୁ ଅନଗୁଳ ଆଡ଼କୁ ଆସୁଥିଲେ। ସକାଳ ପ୍ରାୟ ୮: ୪୫ ସମୟରେ ସେମାନେ ଜିଲ୍ଲା ଏସ୍‌. ପି. ଅଫିସ୍‌ ସମ୍ମୁଖ ଦେଇ ଯାଉଥିବା ବେଳେ ପଛପଟୁ ଗୋଟାଏ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପୁରୁଷ ଲୋକଟିର ମୃତ୍ୟୁ ଘଟିଥିଲା। ପାଖରେ ଥିବା ଅନଗୁଳ ଥାନା ପୁଲିସ ତତ୍‌କ୍ଷଣାତ୍‌ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲା। ମହିଳାଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା କଥା ଜଣାପଡ଼ିଛି।

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଛାଡ଼ି ଚାଳକ ଫେରାର୍‌ ହୋଇଯାଇଥିବା କୁହାଯାଉଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।