ନୂଆପଡ଼ା: ଗତ ରାତି ପ୍ରାୟ ୨ଟା ବେଳେ ନୂଆପଡ଼ା ଥାନା ଅନ୍ତର୍ଗତ ସିଲଦା ଗ୍ରାମ ନାଳା ନିକଟ ଦେଇ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ଅନ୍ୟ ଏକ ଟ୍ରକ୍‌ ଧକ୍କା ଖାଇବାରୁ ଜଣେ ହେଲ୍‌ପରଙ୍କର ମୃତ୍ୟୁ ଘଟିଛି।

ମୃତ ହେଲ୍‌ପରଙ୍କର ପରିଚୟ ମଳିପାରି ନାହିଁ।

Advertisment

ଖରିଆରରୁ ରାୟପୁର ଅଭିମୁଖେ ଯାଉଥିବା ଟ୍ରକ୍‌ ନମ୍ବର ଏପି ୩୫ଏକ୍ସ୫୫୨୨ ସିଲଦା ନାଲା ନିକଟରେ କୌଣସି କାରଣରୁ ବ୍ରେକ୍‌ଫେଲ୍‌ ହୋଇ ଯାଇଥିଲା। ରାୟପୁରରୁ ଖଡ଼ିଆଳ ଯାଉଥିବା ସେ ମାଲିକଙ୍କର ଅନ୍ୟ ଏକ ଟ୍ରକ୍‌ର (ନଂଏପି୩୫ଏକ୍ସ୍‍୪୧୪୯) ଡ୍ରାଇଭର୍‌ ଘଟଣା ବୁଝିବା ପାଇଁ ରାସ୍ତା କଡ଼ରେ ଟ୍ରକ୍‌ ଠିଆ କରିଥିଲେ। ସେତିକିବେଳେ ରାୟପୁରରୁ ଖଡ଼ିଆଳ ଆଡ଼କୁ ଯାଉଥିବା ଅନ୍ୟ ଏକ ଟ୍ରକ୍‌ (ଓଡି୧୮ଏ୦୦୨୮) କୌଣସି କାରଣରୁ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ ଧକ୍କା ଖାଇଥିଲା।

ଧକ୍କାର ପ୍ରକୋପରେ ଧକ୍କା ଖାଇଥିବା ଟ୍ରକ୍‌ର ଗୋଟିଏ ପାଖ ଭାଙ୍ଗିରୁଜି ଯିବା ସହ ହେଲ୍‌ପର୍‌ଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଘଟଣାର ତଦନ୍ତ କରୁଛି।