ଉଲୁଣ୍ଡା: ସୋମବାର ଉଲୁଣ୍ଡା ପୁଲିସକୁ ବଡ଼ ସଫଳତା ମିଳିଛି । ଉଲୁଣ୍ଡା ଥାନା ସମ୍ମୁଖରୁ ଟ୍ରକ୍ ସହ ଗଞ୍ଜେଇ ଜବତ କରି ୫ଜଣ ଅଭିଯୁକ୍ତକୁ ଉଲୁଣ୍ଡା ପୁଲିସ ଗିରଫ କରିଛି। ସୋମବାର ସକାଳୁ ସକାଳୁ ଉଲୁଣ୍ଡା ଥାନାକୁ ଏକ କାଜୁ ଚୋପା ବୋଝେଇ ଟ୍ରକ୍ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ମିଳିଥିଲା।
ଉଲୁଣ୍ଡା ପୁଲିସ ସଜାଗ ହୋଇ ଥାନା ସମ୍ମୁଖରେ ଟ୍ରକ୍କୁ ଅଟକାଇ ଯାଞ୍ଚ କଲା ପରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଟ୍ରକ୍କୁ ସୁରକ୍ଷା ଦେଇ ନେଉ ଥିବା ଏକ କାର୍କୁ ମଧ୍ୟ ପୁଲିସ ଜବତ କରିଥିଲା।
ଗଞ୍ଜେଇ ଚୋରା ଚାଲାଣ ରେ ସଂପୃକ୍ତ ୫ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର ସୋମନାଥ ବେହେରା, ଡିଏସପି ସି ଏସ ଶବର, ବୀରମହାରାଜପୁର ଏସଡିପିଓ ହେମନ୍ତ ରାଓ, ଉଲୁଣ୍ଡା ଥାନା ଆଇଆଇସି ଲିଙ୍ଗରାଜ ସେଠୀ, ଏସ ଆଇ ଦେବସିସ ସାହୁଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କଲା ପରେ ୪ କ୍ଵିଣ୍ଟାଲ ୩୧କେଜି ଥିବ। ଜଣାପଡ଼ିଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ରାଜକୁମାର ରାଏ,ବିକାସ କୁମାର , ସମ୍ବଲପୁରର ସଞ୍ଜୀବ ବାଗ, ମନମୁଣ୍ଡାର ପରାଶର ଥାଟି ଏବଂ କଣ୍ଟାମାଳ ଅଂଚଳର ରୁଣ୍ଡିମହୁଲର ଶଙ୍କର୍ଷଣ ବାରିକ।
Subarnapur | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/28/truck-loaded-with-marijuana-seized-5-dealers-arrested-2025-07-28-22-09-46.jpg)