ଯୋଡ଼ା : ଯୋଡ଼ାସ୍ଥିତ ବାଂଶପାଣିଠାରୁ ଗତକାଲି ବିଳମ୍ବିତ ରାତ୍ରିରେ ପୁଲିସ ଦୁଇଟି ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ କରିବା ସହିତ ଫେରାର ଥିବା ୨ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଜିଲ୍ଳା ସାନ୍ତରାପୁର ଗ୍ରାମର ଅଗାଧୁ ବିଶ୍ବାଳ ଓ ଢେଙ୍କାନାଳ ଜିଲ୍ଳା ପର୍ଜନପୁର ଗ୍ରାମର ସ୍ମୃତିରଞନ ନାଏକ। ଦୁଇ ଟ୍ରକରୁ ପୁଲିସ ୧୪ ଟନ ଲୁହାପଥର ଜବତ କରିଛି।

Advertisment

publive-image

ପୁଲିସ ସୂଚନା ଅନୁଯାୟୀ ଜବତ ଦଶ ଚକିଆ ଟ୍ରକ(ଓଆର୧୯ଜେ ୫୩୩୧) ଓ ଚଉଦ ଚକିଆ ଟ୍ରକ(ଇଉପି୭୫ଏଟି ୫୬୭୫) ରେ ଚୋରା ଲୁହାପଥର ଚାଲାଣ ପାଇଁ ବୋଝେଇ କରୁଥିବା ସମୟରେ ପୁଲିସ ଖବର ପାଇ ଚଢ଼ଉ କରିଥିଲା। ଚଢଉ ବେଳେ ସେଠାରୁ ଖଣି ଚୋରାମାନେ ଫେରାର ହୋଇଯାଇଥିଲେ। ବିଭିନ୍ନ ସ୍ଥାନରେ ପୁଲିସ ଚଢଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି। ଏ ନେଇ ଯୋଡା ଥାନାରେ କେଶ ନଂ ୫୭/୨୦୨୧ ରଜୁ କରାଯାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି।