ଯୋଡା : ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତ ଭୋଳବେଡା ଠାରେ ଥିବା ଏଚଜି ପାଣ୍ଡିଆ କମ୍ପାନିର ବନ୍ଦ ପଡିଥିବା ଲୌହ ଓ ମାଙ୍ଗାନିଜ ଖଣିରୁ ପୁଲିସ ଆଜି ଏକ ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ କରିଛି ।
ଗତକାଲି ବିଳମ୍ବିତ ରାତିରେ ଏହି ଖଣିରେ ଏକ ୧୨ ଚକିଆ ଟ୍ରକ (ଜେଏଚ୍୦୪ଇ-୪୭୬୧)ରେ ଲୁହାପଥର ଗୁଣ୍ଡ ବୋଝେଇ କରୁଥିବା ବେଳେ ଟ୍ରକଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ଟ୍ରକଟି ଖଣି ଭିତରେ ଅଟକି ରହିଥିଲା। ଗ୍ରାମବାସୀ ଜାଣିବା ପରେ ଆଜି ସକାଳୁ ଏ ନେଇ ବମେଵାରୀ ପୁଲସିକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବାମେବାରୀ ପୁଲିସ ପହଞ୍ଚି ଟ୍ରକଟିକୁ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଖଣି ମାଫିଆ ଚମ୍ପଟ ମାରିଥିଲେ। । ଜବତ ଟ୍ରକଟିରେ ବୋଝେଇ ହୋଇଥିବା ଲୁହାପଥର ଗୁଣ୍ଡର ପରିମାଣ ୧୨ ଟନ୍ ହୋଇଥିବା ବାଳେ ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/bc50c3bd-47b5-4314-bd94-192245d8f2ee.jpg)