ଜଳିିଗଲା କାଠ ବୋଝେଇ ଟ୍ରକ

ରାମଚନ୍ଦ୍ରପୁର :୨୦ ନମ୍ବର ଜାତୀୟ ରାଜପଥ ଅନ୍ଧାରି ଛକ ନିକଟରେ ଆଜି ରାତି ପ୍ରାୟୟ ୮ଟା ବେଳେ କେନ୍ଦୁଝରରୁ କାଠ ବୋଝେଇ କରି କଟକ ଅଭିମୁଖେ ଯାଉଥିବା ଏକ ଦଶଚକିଆ ଟ୍ରକ(ଓଆର୍ ୦୪ ଏଚ ୫୦୨୮)ରେ ନିଆଁ ଲାଗିଯିବାରୁ ତାହା ଜଳିଯାଇଛି। ମାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ ଶରତଚନ୍ଦ୍ର ମହାପାତ୍ର। ଗାଡ଼ିଟି ରାଜପଥରେ ଚାଲୁଥିବା ବେଳେ ହଠାତ୍ ଇଞ୍ଜିନ‌ରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ଏହା ପୂରା ଟ୍ରକକୁ ମାଡ଼ି ଯାଇଥିଲା। ମାତ୍ର ଚାଳକ ଗାଡ଼ି ଅଟକାଇ କୌଣସିମତେ ଓହ୍ଲାଇ ଆସିଥିଲେ। ହୁତୁହୁତୁ ହୋଇ ଟ୍ରକଟି ଜଳୁଥିବା ବେଳେ ରାସ୍ତାରେ ଗାଡ଼ିମଟର ଅଟକି ରହିଥିଲା। ଯାଜପୁର ରୋଡ଼ ଦମକଳ ବାହିନୀକୁ ଖବର ଦିଆଯିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର