ପୁରୀ: ‘ଫନି’ ପ୍ରଭାବିତ ସେବକ ଓ ଶ୍ରୀମନ୍ଦିର ସହ ସମ୍ପୃକ୍ତ କର୍ମଚାରୀଙ୍କୁ ପଲିଥିନ୍ ବଣ୍ଟାଯିବାକୁ ଆସିଛି। ଜନୈକ ଦାତା ଟ୍ରକେ ପଲିଥିନ୍ ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଦା କରିଛନ୍ତି। ଦୀର୍ଘ ୧୦ ଦିନ ଧରି ପଲିଥିନ୍ ଅଫିସ୍ ଛାତ ଉପରେ ପଡ଼ିରହିଛି। ନା ପ୍ରଭାବିତଙ୍କୁ ମିଳୁଛି ନା ଦାତାଙ୍କୁ ଫେରାଯାଉଛି। ପଡ଼ି ପଡ଼ି ନଷ୍ଟ ହୋଇଯିବ ବୋଲି କହୁଛନ୍ତି ଖୋଦ୍ ଶ୍ରୀମନ୍ଦିରର କର୍ମଚାରୀମାନେ।
ସାମୁଦ୍ରିକ ଝଡ଼ ‘ଫନି’ ପୁରୀରେ ବହୁ ଘରଦ୍ବାର ଭାଙ୍ଗିଛି। ଶ୍ରୀମନ୍ଦିର ସେବାୟତଙ୍କର ବି ଅନେକ କ୍ଷୟକ୍ଷତି ହୋଇଛି। ପୁରୁଣା ଓ ଦୁର୍ବଳ ଘର ଭାଙ୍ଗି ତଳେ ଲୋଟୁଛି। ସେବାୟତଙ୍କ ବ୍ୟତୀତ ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିବା ଲୋକଙ୍କର ବି ଧନସଂପତ୍ତି ନଷ୍ଟ ହୋଇଛି। ଏମାନଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ସହାୟତା ବିଶେଷ ମିଳିନାହିଁ। ବାତ୍ୟା ପ୍ରଭାବିତ ସେବକ ଏବଂ ଶ୍ରୀମନ୍ଦିର ସହ ଜଡ଼ିତ କର୍ମଚାରୀଙ୍କୁ ସହାୟତା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିଥିଲା। ବିଶେଷ କରି ଅନେକଙ୍କୁ ପଲିଥିନ୍ ଆବଶ୍ୟକ ଥିବା ଦର୍ଶାଯାଇଥିଲା। ସେଥି ପାଇଁ ଏକ ଘରୋଇ ସଂସ୍ଥା ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଏକ ଟ୍ରକ୍ ପ୍ରାୟ ୧୨ ଟନ୍ ଓଜନର ପଲିଥିନ୍ ଯୋଗାଇ ଦିଆଯାଇଛି। ସେହି ପଲିଥିନ୍ ପ୍ରଭାବିତଙ୍କୁ ବଣ୍ଟାଯିବ ବୋଲି ନିଷ୍ପତ୍ତି ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ କାହାକୁ ଖଣ୍ଡିଏ ବି ବଣ୍ଟାଯାଇନାହିଁ। ୧୦ରୁ ଅଧିକ ଦିନ ଧରି ପଲିଥିନ୍ ଅଫିସ୍ ଛାତ ଉପରେ ପଡ଼ି ରହିଛି। ସେସବୁ ପଲିଥିନ୍ କ’ଣ ହେବ ବୋଲି ଏବେ ପ୍ରଶ୍ନ ଉଠିଲାଣି। ମୁଖ୍ୟ ପ୍ରଶାସକ ନକହିବା ଯାଏ ଖଣ୍ଡିଏ ବି କାହାକୁ ଦିଆଯିବନି ବୋଲି ନିର୍ଦ୍ଦେଶ ଥିବା ମନ୍ଦିର ପ୍ରଶାସନର ଜନୈକ କର୍ମଚାରୀ କହିଛନ୍ତି।
ବିପନ୍ନଙ୍କୁ ମିଳୁନି, ଦାତାଙ୍କ ଦାନ ଖତ ଖାଉଛି
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଡ଼ିଛି ଟ୍ରକେ ପଲିଥିନ୍
/sambad/media/post_attachments/wp-content/uploads/2019/05/Untitled-6-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)