ହାଟଡିହି : ହାଟଡିହି ବ୍ଲକ୍ ଅଣା-ସମଣା ରାସ୍ତାର ଅଣା ଛକ ନିକଟରେ ଗୁରୁବାର ଦିନ ଏକ ହାଇୱା ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ହାଇୱାଟି ଗିରିଗାଁ ଘାଟକୁ ଯାଉଥିବାବେଳେ ଅଣାଛକ ନିକଟରେ ଅସାବଧାନତାରୁ ଗାଡିଟି ରାସ୍ତା କଡକୁ ଓଲଟି ପଡିଛି । ଅଳ୍ପକେ ଏହାର ଡ୍ରାଇଭର ରକ୍ଷା ପାଇଯାଇଥିବାବେଳେ ଏକ ନଡିଆ ଗଛ ପାଇଁ ନିକଟରେ ଥିବା ଏକ ଘର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି।
ଦୁର୍ଘଟଣାପରେ ଅଣା ଗ୍ରାମରେ ଅସନ୍ତୋଷ ଦେଖା ଦେଇଥିଲା । ଅନେକ ଯୁବକ ରାସ୍ତାକୁ ଆସି ବାଲିଗାଡି ଚଳାଚଳ ବନ୍ଦ କରିଥିଲେ । ସେମାନଙ୍କ ଯୁକ୍ତି ଯେ ଏବେ ଶହଶହ ହାଇୱା ଗାଡି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ରୁତ ଗତିରେ ବାଲି ପରିବହନ କରିବା ଦ୍ୱାରା ଏହି ରାସ୍ତାରେ ସାଧାରଣ ଲୋକେ ଯିବାକୁ ଭୟ କରୁଛନ୍ତି । ରାସ୍ତାର ଅଣା, ଡଙ୍କୁରୀ, ବଡରମ୍ପାସ, ଟୁକୁଣା, ସିମିଳିଆ ଆଦି ଗ୍ରାମରେ ରାସ୍ତା କଡ଼ରେ ସ୍କୁଲ ଗୁଡିକ ଥିବାରୁ ଏହି ରାସ୍ତାଦେଇ କୁନିକୁନି ଛୁଆମାନେ ସ୍କୁଲକୁ ଯାତାୟାତ କରୁଥିବାରୁ ଦୁର୍ଘଟଣାର ଆଶଙ୍କା ଦେଖା ଦେଉଛି । ତେଣୁ ସ୍କୁଲ ସମୟରେ ବାଲି ପରବହନ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/8ccb64e1-62ff-4367-b73b-20473cb69d30.jpg)