ଅଣାଛକରେ ଓଲଟିଲା ହାଇୱା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନିକଟସ୍ଥ ଘର

ହାଟଡିହି : ହାଟଡିହି ବ୍ଲକ୍‌ ଅଣା-ସମଣା ରାସ୍ତାର ଅଣା ଛକ ନିକଟରେ ଗୁରୁବାର ଦିନ ଏକ ହାଇୱା ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ହାଇୱାଟି ଗିରିଗାଁ ଘାଟକୁ ଯାଉଥିବାବେଳେ ଅଣାଛକ ନିକଟରେ ଅସାବଧାନତାରୁ ଗାଡିଟି ରାସ୍ତା କଡକୁ ଓଲଟି ପଡିଛି । ଅଳ୍ପକେ ଏହାର ଡ୍ରାଇଭର ରକ୍ଷା ପାଇଯାଇଥିବାବେଳେ ଏକ ନଡିଆ ଗଛ ପାଇଁ ନିକଟରେ ଥିବା ଏକ ଘର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି।

ଦୁର୍ଘଟଣାପରେ ଅଣା ଗ୍ରାମରେ ଅସନ୍ତୋଷ ଦେଖା ଦେଇଥିଲା । ଅନେକ ଯୁବକ ରାସ୍ତାକୁ ଆସି ବାଲିଗାଡି ଚଳାଚଳ ବନ୍ଦ କରିଥିଲେ । ସେମାନଙ୍କ ଯୁକ୍ତି ଯେ ଏବେ ଶହଶହ ହାଇୱା ଗାଡି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ରୁତ ଗତିରେ ବାଲି ପରିବହନ କରିବା ଦ୍ୱାରା ଏହି ରାସ୍ତାରେ ସାଧାରଣ ଲୋକେ ଯିବାକୁ ଭୟ କରୁଛନ୍ତି । ରାସ୍ତାର ଅଣା, ଡଙ୍କୁରୀ, ବଡରମ୍ପାସ, ଟୁକୁଣା, ସିମିଳିଆ ଆଦି ଗ୍ରାମରେ ରାସ୍ତା କଡ଼ରେ ସ୍କୁଲ ଗୁଡିକ ଥିବାରୁ ଏହି ରାସ୍ତାଦେଇ କୁନିକୁନି ଛୁଆମାନେ ସ୍କୁଲକୁ ଯାତାୟାତ କରୁଥିବାରୁ ଦୁର୍ଘଟଣାର ଆଶଙ୍କା ଦେଖା ଦେଉଛି । ତେଣୁ ସ୍କୁଲ ସମୟରେ ବାଲି ପରବହନ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର