ପାରତାପୁର ଘାଟିରେ କୋଇଲା ଟ୍ରକ୍‌ ଦୁର୍ଘଟଣା: ଡ୍ରାଇଭର୍‌ ଓ ହେଲ୍‌ପର୍‌ ମୃତ

ରାୟଗଡ଼ା: ରବିବାର ବିଳମ୍ବିତ ରାତ୍ରୀରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳ ପାରତାପୁର ଘାଟିରେ କୋଇଲା ନେଇ ଯାଉଥିବା ଗୋଟାଏ ଟ୍ରକ୍‌ ଓଲଟି ପଡ଼ିବାରୁ ଡ୍ରାଇଭର୍‌ ଓ ହେଲ୍‌ପର୍‌ଙ୍କର ମୃତ୍ୟୁ ଘଟିଛି।

ଶେଷଖାଲ ପୁଲିସ ମୃତ ଡ୍ରାଇଭର୍‌ ଭବର ସିଂ ମୀନା ଓ ହେଲ୍‌ପର୍‌ ସୁରେଶ ସିଂ ମୀନାଙ୍କର ଶବ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛି। ଉଭୟଙ୍କ ଘର ରାଜସ୍ଥାନର ବିଲବାଡ଼ା ଜିଲ୍ଲା ଜାହାଜପୁର ଥାନା ଅଧୀନ ମନୋହରଗଡ଼ ଗ୍ରାମରେ ବୋଲି ପୁଲିସ କହିଛି।

ଗତରାତିରେ ସେମାନେ ବିଶାଖାପାଟଣାରୁ କୋଇଲା ଟ୍ରକ୍‌ ନେଇ ଛତିଶଗଡ଼ ଅଭିମୁଖେ ଯାଉଥିଲେ। ପାରତାପୁର ଘାଟିରେ ବ୍ରେକ୍‌ କାମ ନ କରିବାରୁ ଟ୍ରକ୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହରି ଯାଇ ଖସି ପଡ଼ିଲା। ପ୍ରାୟ ୨୦ ଫୁଟ୍‌ ତଳକୁ ଖସିବା ପରେ ଗୋଟାଏ ଗଛରେ ପିଟି ହୋଇ ଯିବାରୁ ଟ୍ରକର୍‌ ସମ୍‌ନା ଅଂଶ ଭାଙ୍ଗି ଯାଇଥିଲା ଓ ଉଭୟ ଡ୍ରାଇଭର୍‌ ଓ ହେଲ୍‌ପର ଚାପି ହୋଇ ଘଟଣାସ୍ଥଳରେ ମରିଯାଇଥିଲେ।

ପଛରେ ଅନ୍ୟ ଏକ ଟ୍ରକ୍‌ରେ ଆସୁଥିବା ହେଲ୍‌ପର୍‌ ମହାବୀର ସିଂହ ମୀନା ଘଟଣା ସଂକ୍ରାନ୍ତରେ ଜାଣି ଶେଷଖୋଲ ପୁଲିସକୁ ସୂଚନା ଦେଇଥିଲେ।
ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର