ଶୁଆକାଟି : ଟ୍ରକ ନେଇ ଲୋଡ଼ ପାଇଁ ଯାଉଥିବାବେଳେ ମାଡ଼ିଗଲା ଲୋଡ଼ର | କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ଶୁଆକାଟି ସ୍ଥିତ ଓଏମସି ଖଣିରେ ଲୋଡର ଧକ୍କାରେ ଟ୍ରକ୍ ମାଲିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବେଳବାହାଳି ଅଞ୍ଚଳର ସନାତନ ସାହୁ । ସୂଚନାଯୋଗ୍ୟ ଯେ, ଓଏମସିର ୫ନମ୍ବର କଣ୍ଟାକୁ ଟ୍ରକକୁ ଲୋଡ ପାଇଁ ସନାତନ ଯାଉଥିବା ସମୟରେ ରୋଡ୍ ଜାମ୍ ଥିବାରୁ ସେ ଟ୍ରକରୁ ତଳକୁ ଓହ୍ଲାଇଥିଲେ ।
ତେବେ ଟ୍ରକରୁ ତଳକୁ ଓହ୍ଲାଇ ରାସ୍ତାରେ ଛିଡା ହେବା ସମୟରେ ସେହି ରାସ୍ତାରେ ଯାଉଥିବା ଏକ ଲୋଡର ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ସନାତନଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କ ମୃତଦେହ ଜବତ କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
/sambad/media/post_attachments/wp-content/uploads/2019/07/acci-1-300x180.jpg)
ତେବେ ଅନ୍ୟମନସ୍କତା ଯୋଗୁଁ ଏଭଳି ଏକ ଦୁର୍ଘଟଣା ଘଟିଥିବାର କୁହାଯାଉଥିବାବେଳେ ଲୋଡର ଡ୍ରାଇଭର ଓ ଗାଡିକୁ ଅଟକ ରଖି ଶୁଆକାଟି ପୋଲିସ ତଦନ୍ତ ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/dead-4.jpg)